The report365

ODIA ରାଶିଫଳ: ଶନିବାର, ଅକ୍ଟୋବର ୧୯ ତାରିଖ – Daily Horoscope

ODIA ରାଶିଫଳ: ଶନିବାର, ଅକ୍ଟୋବର ୧୯ ତାରିଖ – Daily Horoscope

*ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୧୯*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୦୬*

*କାର୍ତ୍ତିକମାସ- କୃଷ୍ଣପକ୍ଷ*

*କାଳବେଳା -ଦିବା  ଘ୦୭/୧୫ ମଧ୍ୟେ ଓ ଦିବା ଘ୦୩/୫୦ ଗତେ ଘ୦୫/୧୬ ମଧ୍ୟେ*

*ବାରବେଳା – ଦିବା ଘ୧୨/୫୭ ଗତେ ଘ୦୨/୨୪ ମଧ୍ୟେ*

*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୪ ଗତେ ଘ୦୯/୪୭  ମଧ୍ୟେ ଓ ଘ ୦୨/୨୫ ଗତେ ଘ୦୩/୨୩ମଧ୍ୟେ*

*ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି  ଘ ୦୨/୦୩ ଗତେ ଘ୦୨/୫୧ ମଧ୍ୟେ*

thereport365.com

ODIA ରାଶିଫଳ

ଆଜିର ରାଶିଫଳ

ମେଷ : ସକାଳ ୪ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଏବଂ ପରେ ଦ୍ଵିତୀୟ ଚନ୍ଦ୍ର ଯୋଗୁ ସୃଜନରେ ବିବାଦ, ବନ୍ଧୁବାନ୍ଧବଙ୍କ ସହ ମତାନ୍ତର, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜର ଲୋକମାନେ ଶତ୍ରୁତା ଆଚରଣ କରିବେ । ଆର୍ଥିକ କ୍ଷତି ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି ଏବଂ ଧନକୁ ନେଇ ବିବାଦ ଉପୁଜିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଉପୁଯିବ। ଯେଉଁମାନଙ୍କର ଦ୍ବିଜା ଓ କୃରିକା ମେଷ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା: ମା’ ବଗଳାମୁଖୀ।

ବୃଷ : ଘାତବାର ଏବଂ ଦ୍ବାଦଶ ଚନ୍ଦ୍ର, ଶ୍ରୀଚନ୍ଦ୍ର ଉଭୟ ଭୋଗ ହେଉଥ‌ିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଅପସରିଯିବ ଏବଂ ରୋଗ, ଋଣ, ଦୁଃଖ, ଶୋକ ଏବଂ ଅବସାଦରୁ ସାମୟିକ ମୁକ୍ତି ମିଳିବ । ଅଯଥା ଖର୍ଚ୍ଚ, ବଦ୍ୟଖର୍ଚ୍ଚ ଓ ପରିବାରର ଖର୍ଜଭାର କମ୍ ରହିବ ଏବଂ ଆୟ ଅପେକ୍ଷା ବ୍ୟୟ ବହୁତ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସ୍ଵଳ୍ପ ପରିଶ୍ରମରେ ଅଧ‌ିକ ସଫଳତା ମିଳିବ। ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ: କପି, ସଂଖ୍ୟା: ୦୪, ଆରାଧନା: ମା’ ଭୈରବୀ ।

ମିଥୁନ : ଏକାଦଶ ଚନ୍ଦ୍ର ଏବଂ ଦ୍ବାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥ‌ିବାରୁ ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରହିବ ଏବଂ ଆୟର କିଛି ଅଂଶ ସଞ୍ଚୟରେ ବିନିଯୋଗ କରିବେ । କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗ କରିବେ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ଆଦ୍ରା ମିଥୁନ, ସେମାନେ ସୁଫଳ ପାଇବେ। ଶୁଭ ରଙ୍ଗ: ମେରୁନ୍, ସଂଖ୍ୟା: ୧୨, ଆରାଧନା: ମା’ ଛିନ୍ନମସ୍ତା ।

କର୍କଟ : ଦଶମ ଏବଂ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ସକାଳ ୧୦ଟା ୪୬ ମିନିଟ୍ ପରେ ରବିଙ୍କ ନକ୍ଷତ୍ର ଭୋଗ ହେଉଥ‌ିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆୟର ନୂତନ ମାର୍ଗ ଖୋଲିବ। ବିଦେଶ ଯାତ୍ରା, ନୂତନ ବ୍ୟବସାୟ ଆଦି ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ: ଲାଲ୍, ସଂଖ୍ୟା: ୫, ଆରାଧନା: ମା’ ସମଲେଶ୍ୱରୀ ।

ସିଂହ : ଘାତବାର ଏବଂ ଅପରାହ୍ନ ୪ଟା ୧୦ ମିନିଟ୍ ପର୍ଯ୍ୟନ୍ତ ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ଉନ୍ନତିମୂଳକ କର୍ମରେ ପ୍ରତିବନ୍ଧକ ଓ ଧାର୍ମିକ କର୍ମରେ ବିଘ୍ନ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବିଘ୍ନ ଘଟିବ । ଏ ସମୟ ପରେ ଦଶମ ସିଂହ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ। ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ଗୋଲାପୀ, ସଂଖ୍ୟା: ୦୬, ଆରାଧନା: ମା’ ମାତଙ୍ଗୀ ।

କନ୍ଯା : ଅଷ୍ଟମ ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ବାଦବିବାଦ, ସ୍ବାସ୍ଥ୍ୟ, ଆର୍ଥିକ କାରବାର, ପଦସୁ ଅଧିକାରୀ, ଗୁରୁଜନଙ୍କ ସହ କଥାବାର୍ତ୍ତା ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ। ସମସ୍ତ କର୍ମରେ ଭୁଲ୍ ନିଷ୍ପରି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧ‌ିକ ହେବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରା କନ୍ୟା, ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ଚକୋଲେଟ୍, ସଂଖ୍ୟା: ୪, ଆରାଧନା: ଭଗବାନ ବିଷ୍ଣୁ ।

ତୁଳା : ସପ୍ତମ ଚନ୍ଦ୍ର, ଶନିବାର ଏବଂ ଶୁକ୍ରଙ୍କ ନକ୍ଷତ୍ର ଭୋଗ ହେଉଥ‌ିବାରୁ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ପରିଚିତ ମହିଳାଙ୍କଠାରୁ ଧନ ମିଳିବ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଅପରାହ୍ଣ ୪ଟା ୧୦ ମିନିଟ୍ ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ସମସ୍ୟା ଦେଖାଦେବ। ଯେଉଁମାନଙ୍କର ବିଶାଖା ତୁଳା, ସେମାନେ ସୁଫଳ ପାଇବେ । ଶୁଭ ରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ କମଳା।

ବିଛା : ଷଷ୍ଠ ଚନ୍ଦ୍ର ଅପରାହ୍ନ ୪ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହୁଥ‌ିବାରୁ ସେ ସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଏହା ପରେ ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ ଅଶୁଭ ଫଳ ମିଳିବ । ଯେଉଁମାନଙ୍କର ବିଶାଖା ଓ ଜ୍ୟେଷ୍ଠା ବିଛା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।

ଧନୁ : ଅପରାହ୍ନ ୪ଟା ୧୦ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଏହା ପରେ ଷଷ୍ଠ ଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ। ଯେଉଁମାନଙ୍କର ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ଧନୁ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : ଅପରାହ୍ନ ୪ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଯୋଗୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ । ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ପରିବହନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଏହା ପରେ ପଞ୍ଚମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ଓ ବ୍ୟବସାୟରେ ଅଶୁଭ ଫଳ ମିଳିବ। ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ଉପକୃତ ହେବେ । ଶୁଭ ରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୧୧, ଆରାଧନା : ମା’ କାଳୀ ।

କୁମ୍ଭ : ତୃତୀୟ ଏବଂ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥ‌ିବାରୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ। ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ହୃତଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନେ ଉପକୃତ ହେବେ। ଶୁଭ ରଙ୍ଗ : ମାଟିଆ, ସଂଖ୍ୟା: ୬, ଆରାଧନା : ମା’ ବିମଳା।

ମୀନ : ଅପରାହ୍ନ ୪ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଦ୍ବିତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ ଏବଂ ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ଯେଉଁମାନଙ୍କର ଉତ୍ତରଭାଦ୍ର ମୀନ, ସେମାନେ ସତର୍କ ହେବେ । ଶୁଭ ରଙ୍ଗ: ଧଳା, ସଂଖ୍ୟା : ୭, ଆରାଧନା : ମା’ ତାରା ।

*✧═════•❁❀❁•════✧*

ମହାବୀର ପଞ୍ଜିକା

════❁❀❁═══

 *ଅଦ୍ୟ ଅକ୍ଟୋବର ମାସ ୧୯ ତାରିଖ ୨୦୨୪ ମସିହା(ଶନିବାର)*

*ଶକାବ୍ଦ -୧୯୪୬*

*ସମ୍ବତ -୨୦୮୧*

*ଦିଲ୍ଲୀସ୍ୱରାଦ୍ଧ-୧୪୩୨*

*ସମ୍ବତ୍ସର-କାଳ*

*କାର୍ତ୍ତିକମାସ- କୃଷ୍ଣପକ୍ଷ*

*ତିଥି- ଦ୍ଵିତୀୟା ଦିବା ଘ ୦୯/୪୩ ଗତେ ତୃତୀୟା*

*ନକ୍ଷତ୍ର- ଦ୍ଵିଜା ଦିବା ଘ୧୧/୧୭ ଗତେ କୃତ୍ତିକା*

*ଚନ୍ଦ୍ର – ମେଷ ସନ୍ଧ୍ୟା ଘ୦୫/୨୯ ଗତେ ବୃଷ*

*ଯୋଗ- ଅଶ୍ରୁକ୍*

*କରଣ – ଗର*

*ସୌରମାସ- ତୁଳା ୦୩  ଦିନ*

*✧═════•❁❀❁•════

*ସୁର୍ୟୋଦୟ-ପ୍ରାତଃ ଘ୦୫/୪୭/୧୯*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୦୬*

*✧═════•❁❀

*ଯୋଗିନୀ ଉତ୍ତରେ  ଦିବା ଘ ୦୯/୪୩ ଗତେ ନୈରୁତେ*

*ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ  ଶ୍ରାଦ୍ଧ*

*ବିଛା ରାଶିର ଘାତଚନ୍ଦ୍ର*

*ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର*

✧═════•❁❀❁•═══

*କାଳବେଳା -ଦିବା  ଘ୦୭/୧୫ ମଧ୍ୟେ ଓ ଦିବା ଘ୦୩/୫୦ ଗତେ ଘ୦୫/୧୬ ମଧ୍ୟେ*

*ବାରବେଳା – ଦିବା ଘ୧୨/୫୭ ଗତେ ଘ୦୨/୨୪ ମଧ୍ୟେ*

*ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୪ ଗତେ ଘ୦୯/୪୭  ମଧ୍ୟେ ଓ ଘ ୦୨/୨୫ ଗତେ ଘ୦୩/୨୩ମଧ୍ୟେ*

*ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି  ଘ ୦୨/୦୩ ଗତେ ଘ୦୨/୫୧ ମଧ୍ୟେ*

✧══❁❀❁══✧

*ଅଦ୍ୟ  ବୋଇତିକଖାରୁ ଦିବା ଘ ୦୯/୪୩ ଗତେ ପୋଟଳ ଭକ୍ଷଣ ନିଷେଧ*

Exit mobile version